1ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି।
2କାରଣ, ଦେଖ, ଅନ୍ଧକାର ପୃଥିବୀକୁ ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ;
3ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ।
4ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେମାନେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି;
5ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ;
6ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ;
7କେଦାରର ସମଗ୍ର ମେଷପଲ ତୁମ୍ଭ ନିକଟରେ ଏକତ୍ରୀକୃତ ହେବେ, ନବାୟୋତ୍ର ମେଷଗଣ ତୁମ୍ଭର ପରିଚର୍ଯ୍ୟା କରିବେ;
8ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ?
9ନିଶ୍ଚୟ ଦ୍ୱୀପସମୂହ ଆମ୍ଭର ଅପେକ୍ଷା କରିବେ, ପୁଣି ତର୍ଶୀଶର ଜାହାଜସକଳ ଅଗ୍ରଗାମୀ ହୋଇ
10ପୁଣି, ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ସେମାନଙ୍କର ରାଜାଗଣ ତୁମ୍ଭର ପରିଚର୍ଯ୍ୟା କରିବେ;
11ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜାଗଣ ବନ୍ଦୀ ହୋଇ ଯେପରି ତୁମ୍ଭ ନିକଟକୁ ଅଣାଯିବେ,
12କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ।
13ଲିବାନୋନର ଗୌରବ ତୁମ୍ଭ ନିକଟକୁ ଆସିବ, ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ହୋଇ
14ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ;
15ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ,
16ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ;
17ଆମ୍ଭେ ପିତ୍ତଳର ପାଲଟେ ସୁବର୍ଣ୍ଣ ଆଣିବା ଓ ଲୁହାର ପାଲଟେ ରୂପା,
18ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଉଚ୍ଛିନ୍ନତା ଓ ବିନାଶର କଥା ଆଉ ଶୁଣାଯିବ ନାହିଁ;
19ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ,
20ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ହେବ ନାହିଁ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ;
21ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଦେଶ ଅଧିକାର କରିବେ,
22କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ;