We Believe JesusFé, Esperança e Nova Vida

ଯିଶାଇୟ 59

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 58 ଯିଶାଇୟ ଯିଶାଇୟ 60 →

1ଦେଖ, ସଦାପ୍ରଭୁଙ୍କର ହସ୍ତ ଛୋଟ ହୋଇଯାଇ ନାହିଁ ଯେ, ତାହା ପରିତ୍ରାଣ କରି ନ ପାରେ, କିଅବା ତାହାଙ୍କର କର୍ଣ୍ଣ ଭାରୀ ହୋଇ ନାହିଁ, ଯେ ତାହା ଶୁଣି ନ ପାରେ।

2ମାତ୍ର ତୁମ୍ଭମାନଙ୍କର ଅପରାଧସବୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି

3କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ଓ ତୁମ୍ଭେମାନେ ମିଥ୍ୟା କହିଅଛ,

4କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ;

5ସେମାନେ କାଳସର୍ପର ଡିମ୍ବ ଫୁଟାନ୍ତି ଓ ମାକଡ଼ସାର ଜାଲ ବୁଣନ୍ତି;

6ସେମାନଙ୍କର ଜାଲ ବସ୍ତ୍ର ହେବ ନାହିଁ, କିଅବା ସେମାନେ ଆପଣା କର୍ମରେ ଆପଣାମାନଙ୍କୁ ଆଚ୍ଛାଦନ କରିବେ ନାହିଁ;

7ସେମାନଙ୍କର ଚରଣ ଦୁଷ୍କର୍ମର ଆଡ଼େ ଦୌଡ଼େ ଓ ସେମାନେ ନିର୍ଦ୍ଦୋଷର ରକ୍ତପାତ କରିବାକୁ ବେଗଗାମୀ ହୁଅନ୍ତି;

8ଶାନ୍ତିର ବାଟ ସେମାନେ ଜାଣନ୍ତି ନାହିଁ ଓ ସେମାନଙ୍କ ମାର୍ଗରେ କୌଣସି ବିଚାର ନାହିଁ;

9ଏନିମନ୍ତେ ବିଚାର ଆମ୍ଭମାନଙ୍କଠାରୁ ଦୂରରେ ଥାଏ, ଧାର୍ମିକତା ଆମ୍ଭମାନଙ୍କ ସଙ୍ଗ ଧରେ ନାହିଁ;

10ଆମ୍ଭେମାନେ ଅନ୍ଧ ଲୋକ ପରି କାନ୍ଥ ପାଇଁ ଦରାଣ୍ଡି ହେଉ, ହଁ, ଚକ୍ଷୁହୀନ ଲୋକମାନଙ୍କ ପରି ଆମ୍ଭେମାନେ ଦରାଣ୍ଡି ହେଉ;

11ଆମ୍ଭେ ସମସ୍ତେ ଭଲ୍ଲୁକର ନ୍ୟାୟ ଗର୍ଜ୍ଜନ କରୁ ଓ ଘୁଘୁ ପରି ଅତିଶୟ ବିଳାପ କରୁ;

12କାରଣ ତୁମ୍ଭ ସାକ୍ଷାତରେ ଆମ୍ଭମାନଙ୍କର ଅଧର୍ମ ବୃଦ୍ଧି ପାଇଅଛି ଓ ଆମ୍ଭମାନଙ୍କର ପାପ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଉଅଛି;

13ତାହା ଅପରାଧ ଓ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବା ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ହେବା,

14ଏଥିପାଇଁ ବିଚାର ପଛକୁ ହଟି ଯାଇଅଛି ଓ ଧର୍ମ ଦୂରରେ ଠିଆ ହେଉଅଛି;

15ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ;

16ଆହୁରି, ସେ ଦେଖିଲେ ଯେ, କୌଣସି ପୁରୁଷ ବର୍ତ୍ତମାନ ନାହିଁ, ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ;

17ପୁଣି, ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣାର ମସ୍ତକରେ ପିନ୍ଧିଲେ;

18ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷମାନଙ୍କୁ ପ୍ରଚଣ୍ଡ କୋପରୂପ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦେବେ; ଦ୍ୱୀପସମୂହକୁ ପ୍ରତିଫଳ ଦାନ କରିବେ।

19ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ।

20ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”

21ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।

← ଯିଶାଇୟ 58 ଯିଶାଇୟ ଯିଶାଇୟ 60 →