We Believe JesusFé, Esperança e Nova Vida

ଯିଶାଇୟ 23

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 22 ଯିଶାଇୟ ଯିଶାଇୟ 24 →

1ସୋର ବିଷୟକ ଭାବବାଣୀ।

2ହେ ଦ୍ୱୀପନିବାସୀମାନେ, ତୁମ୍ଭେମାନେ ନୀରବ ହୁଅ;

3ପୁଣି, ମହାଜଳରାଶିରେ ଷୀୟୋରର ବୀଜ ଓ ନୀଳ ନଦୀର ଶସ୍ୟ ତାହାର ଆୟ ଥିଲା;

4ହେ ସୀଦୋନ, ତୁମ୍ଭେ ଲଜ୍ଜିତ ହୁଅ, କାରଣ ସାଗର, ସାଗରର ଦୃଢ଼ ଦୁର୍ଗ ଏହି କଥା କହିଅଛି,

5ଏହି ସମ୍ବାଦ ମିସରରେ ଉପସ୍ଥିତ ହେଲେ, ଲୋକମାନେ ସୋର ବିଷୟକ ସମ୍ବାଦରେ ଅତ୍ୟନ୍ତ ବ୍ୟଥିତ ହେବେ।

6ତୁମ୍ଭେମାନେ ପାର ହୋଇ ତର୍ଶୀଶ‌କୁ ଯାଅ; ହେ ଦ୍ୱୀପନିବାସୀମାନେ, ହାହାକାର କର।

7ଏହି କି ତୁମ୍ଭମାନଙ୍କର ଉଲ୍ଲାସକାରିଣୀ ନଗରୀ? ଏହା ପ୍ରାଚୀନ କାଳରେ ହେଁ ପ୍ରାଚୀନ ଥିଲା;

8ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ;

9ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା

10ଆଗୋ ତର୍ଶୀଶର କନ୍ୟେ, ତୁମ୍ଭେ ନୀଳ ନଦୀ ତୁଲ୍ୟ ଆପଣା ଦେଶ ମଧ୍ୟଦେଇ ଯାଅ, ତୁମ୍ଭର କଟିବନ୍ଧନ ଆଉ ନାହିଁ।

11ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟସକଳକୁ ହଲାଇ ଅଛନ୍ତି;

12ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ,

13କଲ୍‍ଦୀୟମାନଙ୍କର23:13 କଲ୍‍ଦୀୟମାନଙ୍କର କିମ୍ବା ବାବିଲୀୟମାନଙ୍କର ଦେଶକୁ ଦେଖ; ଏହି ଲୋକେ ଆଉ ନାହାନ୍ତି; ବନ୍ୟ ଜନ୍ତୁଗଣ ନିମନ୍ତେ ଅଶୂରୀୟ ତାହା ନିରୂପଣ କରିଅଛି;

14ହେ ତର୍ଶୀଶର ଜାହାଜସମୂହ, ହାହାକାର କର, କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଉଚ୍ଛିନ୍ନ ହେଲା।

15ସେହି ଦିନ ଏପରି ଘଟିବ ଯେ, ଏକ ରାଜାର ଅଧିକାରର ସମୟ ପ୍ରମାଣେ ସୋର ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ମୃତ ହେବ; ସତୁରି ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସୋର ପ୍ରତି ଘଟିବ।

16ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର; ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ,

17ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟାବୃତ୍ତି କରିବ।

18ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।

← ଯିଶାଇୟ 22 ଯିଶାଇୟ ଯିଶାଇୟ 24 →