We Believe JesusFé, Esperança e Nova Vida

ଯିଶାଇୟ 22

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 21 ଯିଶାଇୟ ଯିଶାଇୟ 23 →

1ଦର୍ଶନ ଉପତ୍ୟକା ବିଷୟକ ଭାବବାଣୀ। ଏବେ ତୁମ୍ଭର କʼଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ?

2ହେ ଆନନ୍ଦ ଧ୍ୱନିପୂର୍ଣ୍ଣେ, କୋଳାହଳଯୁକ୍ତେ ନଗରୀ, ଉଲ୍ଲାସପ୍ରିୟେ ପୁରୀ;

3ତୁମ୍ଭର ଶାସନକର୍ତ୍ତା ସମସ୍ତେ ଏକାବେଳେ ପଳାଇଲେ, ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ଗଲେ;

4ଏଥିପାଇଁ ମୁଁ କହିଲି, “ମୋତେ ଛାଡ଼ି ଅନ୍ୟଆଡ଼େ ଅନାଅ, ମୁଁ ଅତିଶୟ ରୋଦନ କରିବି;

5କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର, ଦଳନର,

6ପୁଣି, ଏଲମ୍‍ ରଥାରୋହୀ, ଅଶ୍ୱାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା

7ପୁଣି, ତୁମ୍ଭର ଅତି ଉତ୍କୃଷ୍ଟ ଉପତ୍ୟକାସବୁ

8ପୁଣି, ସେ ଯିହୁଦାର ଓଢ଼ଣା କାଢ଼ି ପକାଇଲେ

9ଆଉ, ଦାଉଦ-ନଗରର ଭଗ୍ନ ସ୍ଥାନ ଅନେକ ବୋଲି ତୁମ୍ଭେମାନେ ଦେଖିଲ

10ପୁଣି, ତୁମ୍ଭେମାନେ ଯିରୂଶାଲମସ୍ଥ ଗୃହସବୁ ଗଣନା କଲ

11ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ;

12ପୁଣି, ସେହି ଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ

13ମାତ୍ର ଦେଖ, ଆମୋଦ ପ୍ରମୋଦ, ଗୋବଧ ଓ ମେଷହନନ,

14ପୁଣି, ସୈନ୍ୟାଧିପତି ସଦାପ୍ରଭୁ ସ୍ୱୟଂ ଆମ୍ଭ କର୍ଣ୍ଣଗୋଚରରେ ପ୍ରକାଶ କଲେ,

15ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଏହି କୋଷାଧ୍ୟକ୍ଷ ନିକଟକୁ, ଅର୍ଥାତ୍‍, ଗୃହର ଅଧ୍ୟକ୍ଷ ଶିବ୍‍ନ ନିକଟକୁ ଯାଇ କୁହ,

16‘ତୁମ୍ଭେ ଏଠାରେ କଅଣ କରୁଅଛ? ଓ ଏଠାରେ ତୁମ୍ଭର କିଏ ଅଛି ଯେ, ତୁମ୍ଭେ ଆପଣା ପାଇଁ ଏକ କବର ଖୋଳିଅଛ?

17ଦେଖ, ବୀରର ନ୍ୟାୟ ସଦାପ୍ରଭୁ ବଳରେ ତୁମ୍ଭକୁ ଫୋପାଡ଼ି ଦେବେ, ହଁ, ସେ ଦୃଢ଼ ରୂପେ ତୁମ୍ଭକୁ ଗୁଡ଼ାଇବେ।

18ନିଶ୍ଚୟ ସେ ପେଣ୍ଡୁ ପରି ତୁମ୍ଭକୁ ବୁଲାଇ ଓ ଘୂରାଇ ଏକ ପ୍ରଶସ୍ତ ଦେଶରେ ନିକ୍ଷେପ କରିବେ;

19ପୁଣି, ଆମ୍ଭେ ତୁମ୍ଭକୁ ତୁମ୍ଭ ପଦରୁ ତଡ଼ିଦେବା ଓ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ଆଣି ତଳକୁ ପକାଇବେ।

20ଆଉ, ସେହି ଦିନ ଆମ୍ଭେ ଆପଣା ଦାସକୁ, ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍କୁ ଡାକିବା;

21ପୁଣି, ଆମ୍ଭେ ତୁମ୍ଭର ଚୋଗା ତାହାକୁ ପରିଧାନ କରାଇବା ଓ ତୁମ୍ଭ କଟିବନ୍ଧନୀରେ ତାହାକୁ ବଳବାନ କରିବା ଓ ତୁମ୍ଭର କର୍ତ୍ତୃତ୍ୱାଧିକାର ତାହା ହସ୍ତରେ ସମର୍ପଣ କରିବା;

22ପୁଣି, ଆମ୍ଭେ ଦାଉଦ-ବଂଶର ଚାବି ତାହାର ସ୍କନ୍ଧରେ ରଖିବା,

23ଆଉ, ଆମ୍ଭେ ଖିଲ ପରି ଏକ ଦୃଢ଼ ସ୍ଥାନରେ ତାହାକୁ ବିଦ୍ଧ କରିବା

24ପୁଣି, ଲୋକମାନେ ତାହାର ପିତୃବଂଶର ସକଳ ଗୌରବ, ସନ୍ତାନସନ୍ତତି

25ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଖିଲ ଦୃଢ଼ ସ୍ଥାନରେ ବଦ୍ଧ ଥିଲା, ତାହା ସେହି ଦିନ ଅପସରି ଯିବ ଓ ତାହା ଖୋଦିତ ହୋଇ ତଳେ ପଡ଼ିବ, ପୁଣି ତାହା ଉପରେ ଥିବାର ବୋଝ ନଷ୍ଟ ହେବ, କାରଣ ସଦାପ୍ରଭୁ ଏହା କହିଅଛନ୍ତି।’”

← ଯିଶାଇୟ 21 ଯିଶାଇୟ ଯିଶାଇୟ 23 →