We Believe JesusFé, Esperança e Nova Vida

ଯିଶାଇୟ 11

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 10 ଯିଶାଇୟ ଯିଶାଇୟ 12 →

1ଏଥିଉତ୍ତାରେ ଯିଶୀର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ;

2ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା,

3ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ;

4ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ;

5ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।

6ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ;

7ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ;

8ପୁଣି, ସ୍ତନ୍ୟପାୟୀ ଶିଶୁ କାଳସର୍ପର ଗର୍ତ୍ତ ଉପରେ ଖେଳିବ

9ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ;

10ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ,

11ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ

12ପୁଣି, ସେ ଗୋଷ୍ଠୀବର୍ଗ ନିମନ୍ତେ ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ଚତୁଷ୍କୋଣରୁ ଇସ୍ରାଏଲର ତାଡ଼ିତ ଲୋକମାନଙ୍କୁ ଏକତ୍ର କରିବେ

13ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଲେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ;

14ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟିତ କରିବେ;

15ପୁଣି, ସଦାପ୍ରଭୁ ମିସରୀୟ ସମୁଦ୍ରର ଜିହ୍ୱା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ୱାରା ନଦୀ ଉପରେ ଆପଣା ହସ୍ତ ହଲାଇବେ,

16ପୁଣି, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଯେପରି ତାହା ନିମନ୍ତେ ହୋଇଥିଲା, ସେହିପରି ତାହାଙ୍କ ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ,

← ଯିଶାଇୟ 10 ଯିଶାଇୟ ଯିଶାଇୟ 12 →