1ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି, ସେମାନେ ସନ୍ତାପର ପାତ୍ର!
2ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ,
3ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ?
4ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ।
5ହାୟ ଅଶୂର! ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି।
6ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ
7ତଥାପି ତାହାର ଅଭିପ୍ରାୟ ସେହିପରି ନୁହେଁ, କିଅବା ତାହାର ହୃଦୟ ସେହିପରି ଭାବେ ନାହିଁ;
8କାରଣ ସେ କହେ, “ଆମ୍ଭର ସେନାପତିଗଣ ସମସ୍ତେ କି ରାଜା ନୁହନ୍ତି?
9କଲ୍ନୋ ସହର କି କର୍କମୀଶ୍ ସହର ତୁଲ୍ୟ ନୁହେଁ? ହମାତ୍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ?
10ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;
11ଆମ୍ଭେ ଶମରୀୟା ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ,
12ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା।
13କାରଣ ସେ କହିଅଛି,
14ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି
15କୁହ୍ରାଡ଼ି କʼଣ ତଦ୍ଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ? କରତ କʼଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ?
16ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ
17ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ୱରୂପ ହେବ ଓ ତାହାର ଧର୍ମସ୍ୱରୂପ ଅଗ୍ନିଶିଖା ସଦୃଶ ହେବେ,
18ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ;
19ପୁଣି, ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ, ଗୋଟିଏ ବାଳକ ତାହା ଲେଖି ପାରିବ।
20ପୁଣି, ସେହି ଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ।
21ଅବଶିଷ୍ଟାଂଶ, ଅର୍ଥାତ୍, ଯାକୁବର ଅବଶିଷ୍ଟାଂଶ, ପରାକ୍ରାନ୍ତ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ।
22କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରି ଆସିବେ; ଧାର୍ମିକତାର ବଢ଼ି ସ୍ୱରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି।
23ଯେହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା, ନିରୂପିତ ଉଚ୍ଛିନ୍ନତା, ସିଦ୍ଧ କରିବେ।
24ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ହେ ସିୟୋନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅଶୂର ମିସରର ରୀତି ଅନୁସାରେ ତୁମ୍ଭକୁ ଦଣ୍ଡାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ।
25କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କ ବିନାଶରେ ଆମ୍ଭର କୋପ ସିଦ୍ଧ ହେବ।
26ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେହିପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ଡ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ।
27ପୁଣି, ସେହି ଦିନରେ
28ସେ ଅୟାତକୁ ଆସିଅଛି,
29ସେମାନେ ଘାଟି ପାର ହୋଇ ଯାଇଅଛନ୍ତି; ସେମାନେ ଗେବାରେ ବସା କରିଅଛନ୍ତି;
30ଆଗୋ ଗଲ୍ଲୀମର କନ୍ୟେ, ତୁମ୍ଭେ ଆପଣା ରବରେ ଉଚ୍ଚ ଶବ୍ଦ କର, ହେ ଲୟିଶ୍, କର୍ଣ୍ଣପାତ କର,
31ମଦମେନା ପଳାତକ ହୋଇଅଛି;
32ସେ ଆଜି ନୋବରେ ରହିବ;
33ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ;
34ସେ ଲୌହ ଦ୍ୱାରା ବନର ନିବିଡ଼ ସ୍ଥାନସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ୱାରା ଲିବାନୋନ ନିପାତିତ ହେବ।