1ହେ ଲଜ୍ଜାହୀନ ଗୋଷ୍ଠୀ, ତୁମ୍ଭେମାନେ ଏକତ୍ର ହୁଅ, ହଁ, ଏକତ୍ର ହୁଅ;
2ଆଜ୍ଞା ସଫଳ ହେବା ପୂର୍ବେ, ଦିନ ତୁଷ ପରି ଉଡ଼ିଯିବା ପୂର୍ବେ,
3ହେ ଦେଶସ୍ଥ ନମ୍ର ଲୋକମାନେ, ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ଵେଷଣ କର,
4କାରଣ ଘସା ସହର ପରିତ୍ୟକ୍ତ ଓ ଅସ୍କିଲୋନ ସହର ଧ୍ୱଂସସ୍ଥାନ ହେବ!
5ସମୁଦ୍ର କୂଳ ନିବାସୀଗଣ, କରେଥୀୟ ଗୋଷ୍ଠୀ ସନ୍ତାପର ପାତ୍ର। ହେ ପଲେଷ୍ଟୀୟମାନଙ୍କର ଦେଶ କିଣାନ, ତୁମ୍ଭମାନଙ୍କର ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ଅଛି;
6ପୁଣି, ସମୁଦ୍ର କୂଳ ଚରାସ୍ଥାନ, ମେଷପାଳକମାନଙ୍କର କୁଟୀର ଓ ମେଷପଲର ଖୁଆଡ଼ ହେବ।
7ଆଉ, ସେହି ସମୁଦ୍ର କୂଳ ଯିହୁଦା ବଂଶର ଅବଶିଷ୍ଟାଂଶ ପାଇଁ ହେବ;
8“ମୋୟାବର ଧିକ୍କାର ଓ ଅମ୍ମୋନ-ସନ୍ତାନଗଣ ଯେଉଁ ତିରସ୍କାର ବାକ୍ୟରେ ଆମ୍ଭର ଲୋକମାନଙ୍କୁ ଧିକ୍କାର କରିଅଛନ୍ତି
9ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ
10ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।
11ସଦାପ୍ରଭୁ ସେମାନଙ୍କ ପ୍ରତି ଭୟଙ୍କର ହେବେ; କାରଣ ସେ ପୃଥିବୀସ୍ଥ ଯାବତୀୟ ଦେବତାକୁ କ୍ଷୀଣ କରିବେ; ପୁଣି, ଲୋକମାନେ ଓ ଗୋଷ୍ଠୀଗଣର ଦ୍ୱୀପସକଳ ଆପଣା ଆପଣା ସ୍ଥାନରୁ ତାହାକୁ ପ୍ରଣାମ କରିବେ।
12ହେ କୂଶୀୟ ଲୋକ, ତୁମ୍ଭେମାନେ ମଧ୍ୟ ଆମ୍ଭ ଖଡ୍ଗ ଦ୍ୱାରା ହତ ହେବ।
13ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂର ଦେଶକୁ ବିନଷ୍ଟ କରିବେ।
14ଆଉ, ତହିଁ ମଧ୍ୟରେ ପଶୁପଲ ଓ ଗୋଷ୍ଠୀଗଣର ଯାବତୀୟ ପଶୁ ଶୟନ କରିବେ;
15ଯେଉଁ ନଗରୀ ନିଶ୍ଚିନ୍ତ ରୂପେ ବାସ କରି ମନେ ମନେ କହିଥିଲା, ମୁଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ,