We Believe JesusFé, Esperança e Nova Vida

ରୋମୀୟ 9

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ରୋମୀୟ 8 ରୋମୀୟ ରୋମୀୟ 10 →

1ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,

2ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।

3କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।

4ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;

5ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍‍।

6କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,

7କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍‌ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”

8ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।

9କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।

10ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍‍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍‌ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,

11ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,

12ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;

13ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”

14ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।

15କାରଣ ସେ ମୋଶାଙ୍କୁ କହନ୍ତି,

16ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।

17ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”

18ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।

19ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?

20କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?

21କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?

22କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,

23ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?

24ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,

25ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି,

26ପୁଣି,

27ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି,

28ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”

29ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି,

30ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।

31କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।

32କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,

33ଯେପରି ଲେଖାଅଛି,

← ରୋମୀୟ 8 ରୋମୀୟ ରୋମୀୟ 10 →