1ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
2ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
3ସଦାପ୍ରଭୁ ଏହି କଥା କହନ୍ତି;
4ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
5ପୁଣି, ଦାଣ୍ଡରେ ଖେଳିବା ପାଇଁ ବାଳକ ଓ ବାଳିକାରେ
6ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
7ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;
8ପୁଣି, ଆମ୍ଭେ ସେମାନଙ୍କୁ ଆଣିବା, ତହିଁରେ ସେମାନେ ଯିରୂଶାଲମ ମଧ୍ୟରେ ବାସ କରିବେ;
9ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି,
10କାରଣ ସେହି ସମୟର ପୂର୍ବେ
11ମାତ୍ର ଏବେ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କର ପ୍ରତି ପୂର୍ବକାଳର ପରି ହେବା ନାହିଁ,
12କାରଣ ଶାନ୍ତିଯୁକ୍ତ ବୀଜ ବୁଣାଯିବ। ଦ୍ରାକ୍ଷାଲତା ଫଳବତୀ ହେବ
13ପୁଣି, ହେ ଯିହୁଦା ବଂଶ ଓ ଇସ୍ରାଏଲ ବଂଶ,
14କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
15ସେପରି ଆମ୍ଭେ ବର୍ତ୍ତମାନ ସମୟରେ ଯିରୂଶାଲମ ପ୍ରତି ଓ ଯିହୁଦା ବଂଶ ପ୍ରତି ମଙ୍ଗଳ କରିବା ପାଇଁ ପୁନର୍ବାର ସଂକଳ୍ପ କରିଅଛୁ; ତୁମ୍ଭେମାନେ ଭୟ କର ନାହିଁ।
16ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର;
17ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି।”
18ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
19ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।
20ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ନାନା ଗୋଷ୍ଠୀ ଓ ଅନେକ ନଗରର ନିବାସୀମାନେ ଆସିବେ।
21ପୁଣି, ଏକ ନଗରର ନିବାସୀମାନେ ଅନ୍ୟ ନଗରକୁ ଯାଇ କହିବେ, ‘ଆସ, ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଶୀଘ୍ର ଯାଉ; ମୁଁ ମଧ୍ୟ ଯିବି।’
22ହଁ, ଅନେକ ଦେଶର ଲୋକେ ଓ ବଳବାନ ଗୋଷ୍ଠୀଗଣ ଯିରୂଶାଲମରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଓ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସିବେ।
23ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସେହି ସମୟରେ ଏପରି ଘଟିବ ଯେ, ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ‘ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।’”