We Believe JesusFé, Esperança e Nova Vida

ଗଣନା ପୁସ୍ତକ 7

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗଣନା ପୁସ୍ତକ 6 ଗଣନା ପୁସ୍ତକ ଗଣନା ପୁସ୍ତକ 8 →

1ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;

2ସେହି ଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।

3ପୁଣି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍‍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ।

4ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,

5“ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହାସବୁ ସମାଗମ-ତମ୍ବୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହାସବୁ ଦେବ।”

6ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।

7ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।

8ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ।

9ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।

10ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍‍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।

11ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”

12ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;

13ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ;7:13 ପ୍ରାୟ ୭୭୦ ଗ୍ରାମ୍ ରୂପା ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

14ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ7:14 ପ୍ରାୟ ୧୧୦ ଗ୍ରାମ୍ ;

15ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

16ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ

17ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର।

18ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,

19ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍‍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ7:19 ପ୍ରାୟ ୧,୪୩୦ ଗ୍ରାମ୍ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ7:19 ପ୍ରାୟ ୭୭୦ ଗ୍ରାମ୍ ଓଜନ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

20ଧୂପରେ ପରିପୂର୍ଣ୍ଣ ଦଶ ଶେକଲ7:20 ପ୍ରାୟ ୧୧୦ ଗ୍ରାମ୍ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

21ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

22ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

23ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର।

24ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ୍‍ ଆଣିଲା;

25ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ7:25 ପ୍ରାୟ ୧,୪୩୦ ଗ୍ରାମ୍ ଓଜନ ରୂପାର ଏକ ଥାଳୀ ରୂପାର ଏକ ଥାଳୀ ଓ ସତୁରି ଶେକଲ7:25 ପ୍ରାୟ ୭୭୦ ଗ୍ରାମ୍ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

26ଧୂପରେ ପରିପୂର୍ଣ୍ଣ ଦଶ ଶେକଲ7:26 ପ୍ରାୟ ୧୧୦ ଗ୍ରାମ୍ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

27ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

28ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

29ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବ୍‍ର ଉପହାର।

30ଚତୁର୍ଥ ଦିନ ରୁବେନ୍‍-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;

31ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ7:31 7:25 ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ7:31 7:13 ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

32ଧୂପରେ ପରିପୂର୍ଣ୍ଣ ଦଶ ଶେକଲ7:32 7:14 ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

33ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

34ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;

35ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର।

36ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;

37ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ7:37 7:13 ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

38ଧୂପରେ ପରିପୂର୍ଣ୍ଣ ଦଶ ଶେକଲ7:38 7:14 ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

39ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

40ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

41ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର।

42ଷଷ୍ଠ ଦିନ ଗାଦ୍‍-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଆଣିଲା;

43ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ7:43 ପ୍ରାୟ ୧,୪୩୦ ଗ୍ରାମ୍ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ7:43 7:19 ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

44ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ7:44 7:14 ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

45ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

46ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;

47ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ର ଉପହାର।

48ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;

49ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

50ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

51ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

52ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;

53ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର।

54ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;

55ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

56ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

57ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

58ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

59ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର।

60ନବମ ଦିନ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍‍ ଆଣିଲା;

61ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

62ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

63ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

64ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

65ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍‍ର ଉପହାର।

66ଦଶମ ଦିନ ଦାନ୍-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;

67ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

68ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

69ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ମେଷବତ୍ସ;

70ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

71ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର।

72ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;

73ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

74ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

75ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;

76ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

77ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର।

78ଦ୍ୱାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;

79ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;

80ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;

81ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ,

82ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,

83ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଐନନର ପୁତ୍ର ଅହୀରର ଉପହାର।

84ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;

85ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ଡ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;

86ପୁଣି, ଧୂପପୂର୍ଣ୍ଣ ଦ୍ୱାଦଶ ସ୍ୱର୍ଣ୍ଣ ଚାମଚ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚାମଚର ସମସ୍ତ ସ୍ୱର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା।

87ହୋମ ନିମନ୍ତେ ସମୁଦାୟ ଦ୍ୱାଦଶ ଗୋରୁ, ଦ୍ୱାଦଶ ମେଷ, ଏକ ବର୍ଷୀୟ ଦ୍ୱାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ୱାଦଶ ଛାଗ;

88ପୁଣି, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର।

89ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବ ଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।

← ଗଣନା ପୁସ୍ତକ 6 ଗଣନା ପୁସ୍ତକ ଗଣନା ପୁସ୍ତକ 8 →