We Believe JesusFé, Esperança e Nova Vida

ବିଚାରକର୍ତ୍ତା 14

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ବିଚାରକର୍ତ୍ତା 13 ବିଚାରକର୍ତ୍ତା ବିଚାରକର୍ତ୍ତା 15 →

1ଏଥିଉତ୍ତାରେ ଶାମ୍‍ଶୋନ୍‍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ଅବିବାହିତ ସ୍ତ୍ରୀଲୋକକୁ ଦେଖିଲା।

2ତହୁଁ ସେ ଆସି ଆପଣା ପିତା ଓ ମାତାକୁ କହିଲା, “ମୁଁ ତିମ୍ନାରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀଲୋକ ଦେଖିଅଛି; ଏଣୁ ତୁମ୍ଭେମାନେ ଏବେ ତାହାକୁ ଆଣି ମୋତେ ବିବାହ ଦିଅ।”

3ତେବେ ତାହାର ପିତା ଓ ମାତା ତାହାକୁ କହିଲେ, “ତୁମ୍ଭ ଭ୍ରାତୃଗଣର ଅବା ଆମ୍ଭ ସମୁଦାୟ ଲୋକଙ୍କର କନ୍ୟାଗଣ ମଧ୍ୟରେ କି ଜଣେ ସ୍ତ୍ରୀ ନାହିଁ, ଯେ ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କରିବାକୁ ଯିବ?” ତହିଁରେ ଶାମ୍‍ଶୋନ୍‍ ଆପଣା ପିତାକୁ କହିଲା, “ତାହାକୁ ମୋʼ ପାଇଁ ଆଣ; ସେ ମୋʼ ଦୃଷ୍ଟିରେ ପସନ୍ଦ।”

4ମାତ୍ର ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ଛିଦ୍ର ପାଇବା ଚେଷ୍ଟାରେ ଏହି ଘଟଣା ଯେ ସଦାପ୍ରଭୁଙ୍କ ଆଡ଼ୁ ହେଲା, ଏହା ତାହାର ପିତାମାତା ଜାଣିଲେ ନାହିଁ। ସେସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରୁଥିଲେ।

5ଏଥିଉତ୍ତାରେ ଶାମ୍‍ଶୋନ୍‍ ଓ ତାହାର ପିତାମାତା ତିମ୍ନାକୁ ଯାଇ ତିମ୍ନାସ୍ଥିତ ଦ୍ରାକ୍ଷାକ୍ଷେତ୍ରରେ ଉପସ୍ଥିତ ହେଲେ। ତହିଁରେ ଦେଖ, ଏକ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜ୍ଜନ କଲା।

6ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍‍ଶୋନ୍‍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।

7ଏଥିଉତ୍ତାରେ ଶାମ୍‍ଶୋନ୍‍ ଯାଇ ସେହି ସ୍ତ୍ରୀ ସଙ୍ଗରେ କଥାବାର୍ତ୍ତା କଲା ଓ ସେ ସ୍ତ୍ରୀ ଦୃଷ୍ଟିରେ ପସନ୍ଦ ହେଲା।

8ପୁଣି କିଛି ଦିନ ଉତ୍ତାରେ ସେ ସେହି ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା, ସେତେବେଳେ ସେ ସେହି ସିଂହର ଶବ ଦେଖିବାକୁ ବାଟ ବୁଲି ଯାଆନ୍ତେ, ଦେଖ, ସେହି ସିଂହ ଦେହରେ ମହୁମାଛିର ଦଳ ଓ ମହୁ ଅଛି।

9ତେଣୁ ସେ ହାତରେ କିଛି ନେଇ ତାହା ଖାଇ ଖାଇ ଆପଣା ପିତାମାତାଙ୍କ ନିକଟକୁ ଗଲା ଓ ସେ ସେମାନଙ୍କୁ ଦିଅନ୍ତେ, ସେମାନେ ଖାଇଲେ। ମାତ୍ର ସେ ଯେ ସିଂହ ଦେହରୁ ସେହି ମହୁ ନେଇଥିଲା, ଏହା ସେମାନଙ୍କୁ ଜଣାଇଲା ନାହିଁ।

10ଏଥିଉତ୍ତାରେ ତାହାର ପିତା ସେହି ସ୍ତ୍ରୀ ନିକଟକୁ ଗଲା। ପୁଣି ଶାମ୍‍ଶୋନ୍‍ ତିମ୍ନାରେ ଗୋଟିଏ ଭୋଜି କଲା; କାରଣ ଯୁବାମାନଙ୍କର ସେପରି କରିବାର ରୀତି ଥିଲା।

11ପୁଣି ସେମାନେ ତାହାକୁ ଦେଖନ୍ତେ, ତାହା ସଙ୍ଗେ ରହିବା ପାଇଁ ତିରିଶ ଜଣ ମିତ୍ର ଆଣିଲେ।

12ତହିଁରେ ଶାମ୍‍ଶୋନ୍‍ ସେମାନଙ୍କୁ କହିଲା, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରହେଳିକା କହେ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ, ତେବେ ମୁଁ ତୁମ୍ଭମାନଙ୍କୁ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବି।

13ମାତ୍ର ଯେବେ ତୁମ୍ଭେମାନେ ମୋତେ ତହିଁର ଅର୍ଥ ଜଣାଇ ନ ପାରିବ, ତେବେ ତୁମ୍ଭେମାନେ ମୋତେ ତିରିଶ ମସିନା ବସ୍ତ୍ର ଓ ତିରିଶ ସାଜ ପୋଷାକ ଦେବ।” ଆଉ ସେମାନେ ତାହାକୁ କହିଲେ, “ତୁମ୍ଭର ପ୍ରହେଳିକା କୁହ, ଆମ୍ଭେମାନେ ତାହା ଶୁଣିବୁ।”

14ତହିଁରେ ସେ ସେମାନଙ୍କୁ କହିଲା,

15ତହୁଁ ଚତୁର୍ଥ ଦିନରେ14:15 ଚତୁର୍ଥ ଦିନରେ କେତେକ ହସ୍ତଲିପିରେ ସପ୍ତମ ଦିନ ସେମାନେ ଶାମ୍‍ଶୋନ୍‍ର ଭାର୍ଯ୍ୟାକୁ କହିଲେ, “ପ୍ରହେଳିକାର ଅର୍ଥ କହିବା ପାଇଁ ତୁମ୍ଭେ ଆପଣା ସ୍ୱାମୀକୁ ମଣାଅ, ନୋହିଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। ଆଉ ତୁମ୍ଭେମାନେ ଆମ୍ଭମାନଙ୍କୁ ନିର୍ଦ୍ଧନ କରିବାକୁ ଡାକିଛ ପରା? ନୁହେଁ?”

16ତହିଁରେ ଶାମ୍‍ଶୋନ୍‍ର ଭାର୍ଯ୍ୟା ତାହାକୁ ଧରି କାନ୍ଦି କହିଲା, “ତୁମ୍ଭେ କେବଳ ମୋତେ ଘୃଣା କରୁଅଛ, କିଛି ପ୍ରେମ କରୁ ନାହଁ; ତୁମ୍ଭେ ମୋʼ ଲୋକଙ୍କ ସନ୍ତାନମାନଙ୍କୁ ଗୋଟିଏ ପ୍ରହେଳିକା କହିଅଛ, ମାତ୍ର ତାହା ମୋତେ ବୁଝାଇ ଦେଇ ନାହଁ।” ତହିଁରେ ସେ ତାହାକୁ କହିଲା, “ଦେଖ, ମୁଁ ଆପଣା ପିତା କି ମାତାକୁ ବୁଝାଇ ଦେଇ ନାହିଁ, ଆଉ କି ତୁମ୍ଭକୁ ବୁଝାଇଦେବି?”

17ପୁଣି ସେ ଭୋଜିର ସପ୍ତମ ଦିନ ପର୍ଯ୍ୟନ୍ତ ତାହାକୁ ଧରି କାନ୍ଦିଲା; ତହିଁରେ ସେ ତାହାକୁ ନିତାନ୍ତ ଅନୁରୋଧ କରିବାରୁ ଶାମ୍‍ଶୋନ୍‍ ସପ୍ତମ ଦିନରେ ତାହା ତାହାକୁ ବୁଝାଇଦେଲା; ତହୁଁ ସେ ଆପଣା ଲୋକଙ୍କ ସନ୍ତାନମାନଙ୍କୁ ସେହି ପ୍ରହେଳିକା ବୁଝାଇଦେଲା।

18ଏଥିଉତ୍ତାରେ ସପ୍ତମ ଦିନ ସୂର୍ଯ୍ୟାସ୍ତ ପୂର୍ବରେ ନଗରସ୍ଥ ଲୋକମାନେ ତାହାକୁ କହିଲେ,

19ଏଥିଉତ୍ତାରେ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା।

20ମାତ୍ର ଶାମ୍‍ଶୋନ୍‍ ଯାହାକୁ ଆପଣାର ବନ୍ଧୁ ପରି କରିଥିଲା, ତାହାକୁ ତାହାର ଭାର୍ଯ୍ୟା ଦିଆଗଲା।

← ବିଚାରକର୍ତ୍ତା 13 ବିଚାରକର୍ତ୍ତା ବିଚାରକର୍ତ୍ତା 15 →