We Believe JesusFé, Esperança e Nova Vida

ଯିଶାଇୟ 63

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 62 ଯିଶାଇୟ ଯିଶାଇୟ 64 →

1ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ?

2ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ର ପରି କାହିଁକି?

3“ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା;

4କାରଣ ପ୍ରତିଶୋଧର ଦିନ ଆମ୍ଭ ଚିତ୍ତରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।

5ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ;

6ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ

7ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁସବୁ ଉପକାର କରିଅଛନ୍ତି,

8କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି;

9ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ

10ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ;

11ସେତେବେଳେ ସେମାନେ63:11 ସେମାନେ କିମ୍ବା ସେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ,

12ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ,

13ଯେ ପ୍ରାନ୍ତରରେ ଗମନ କରିବା ଅଶ୍ୱ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି?

14ଉପତ୍ୟକାକୁ ଓହ୍ଲାଇ ଯିବା ପଶୁପଲ ତୁଲ୍ୟ ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ;

15ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର;

16ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ,

17ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ?

18ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି।

19ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ।

← ଯିଶାଇୟ 62 ଯିଶାଇୟ ଯିଶାଇୟ 64 →