We Believe JesusFé, Esperança e Nova Vida

ଯିଶାଇୟ 44

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 43 ଯିଶାଇୟ ଯିଶାଇୟ 45 →

1ତଥାପି ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ, ଏବେ ଶୁଣ;

2ଯେ ତୁମ୍ଭକୁ ନିର୍ମାଣ କଲେ ଓ ଗର୍ଭରୁ ତୁମ୍ଭକୁ ଗଢ଼ିଲେ,

3କାରଣ ଆମ୍ଭେ ତୃଷିତ ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା;

4ତହିଁରେ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶୀ ବୃକ୍ଷ ତୁଲ୍ୟ ତୃଣ ମଧ୍ୟରେ ଅଙ୍କୁରିତ ହେବେ।

5ଏକ ଜଣ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର;’ ଅନ୍ୟ ଜଣ ଯାକୁବ ନାମରେ ଆପଣାକୁ ଖ୍ୟାତ କରିବ;

6ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି;

7ଆମ୍ଭେ ସେହି ପୁରାତନ ଲୋକଙ୍କୁ ସ୍ଥାପନ କରିବା ସମୟଠାରୁ ଆମ୍ଭ ତୁଲ୍ୟ କିଏ ଆହ୍ୱାନ କରିବ ଓ ତାହା ପ୍ରକାଶ କରିବ

8ତୁମ୍ଭେମାନେ କମ୍ପିତ କିଅବା ଭୀତ ହୁଅ ନାହିଁ; ଆମ୍ଭେ କʼଣ ପୂର୍ବରୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରି ନାହୁଁ ଓ ତୁମ୍ଭମାନଙ୍କୁ ତାହା ଜଣାଇ ନାହୁଁ?

9ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେମାନେ ସମସ୍ତେ ଅସାର ଓ ସେମାନଙ୍କର ମନୋହର ବିଷୟମାନ ଉପକାରକ ହେବ ନାହିଁ;

10ଯାହା କୌଣସି ବିଷୟରେ ଉପକାରକ ନୁହେଁ, ଏପରି ଦେବତା କିଏ ନିର୍ମାଣ କରିଅଛି, ଅବା ଖୋଦିତ ପ୍ରତିମା କିଏ ଛାଞ୍ଚରେ ଢାଳିଅଛି?

11ଦେଖ, ତାହାର ସହାୟ ସମସ୍ତେ ଲଜ୍ଜିତ ହେବେ; ପୁଣି, ଶିଳ୍ପକାରୀମାନେ ମନୁଷ୍ୟ ମାତ୍ର;

12କର୍ମକାର ଲୌହ ଅସ୍ତ୍ର ନିର୍ମାଣ କରି ତପ୍ତ ଅଙ୍ଗାରରେ କର୍ମ କରେ

13ସୂତ୍ରଧର ସୂତା ଟାଣେ; ସେ ସିନ୍ଦୁର ଦ୍ୱାରା ଚିହ୍ନ ଦିଏ,

14ସେ ଆପଣା ନିମନ୍ତେ ଏରସ ବୃକ୍ଷ କାଟେ, ତର୍ସା ଓ ଅଲୋନ ବୃକ୍ଷ ନିଏ,

15ଏଉତ୍ତାରେ ତାହା ମନୁଷ୍ୟର ଜାଳେଣି କାଷ୍ଠ ହୁଏ; ସେ ତହିଁରୁ କିଛି ନେଇ ଅଗ୍ନି ତାପ ନିଏ; ଆଉ, ସେ ତାହା ଜାଳି ରୁଟି ପାକ କରେ;

16ସେ ତହିଁରୁ ଏକ ଅଂଶ ଅଗ୍ନିରେ ପୋଡ଼େ; ଅନ୍ୟ ଅଂଶରେ ସେ ମାଂସ ପାକ କରି ଭୋଜନ କରେ ଓ ଶୂଲ୍ୟମାଂସ ପ୍ରସ୍ତୁତ କରି ତୃପ୍ତ ହୁଏ,

17ପୁଣି, ସେ ତହିଁର ଅବଶିଷ୍ଟାଂଶ ଦ୍ୱାରା ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ; ସେ ତାହା ଆଗରେ ଦଣ୍ଡବତ କରି ପୂଜା କରେ

18ସେମାନେ ଜାଣନ୍ତି ନାହିଁ, କିଅବା ବିବେଚନା କରନ୍ତି ନାହିଁ, କାରଣ ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଅଛନ୍ତି।

19କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ,

20ସେ ଭସ୍ମ ଭୋଜନ କରେ; ସେ ଯେପରି ଆପଣା ପ୍ରାଣ ଉଦ୍ଧାର କରି ନ ପାରେ, “କିଅବା ଆମ୍ଭ ଡାହାଣ ହସ୍ତରେ କି ମିଥ୍ୟା ନାହିଁ,” ଏହା କହି ନ ପାରେ, ଏଥିପାଇଁ ଭ୍ରାନ୍ତ ଚିତ୍ତ ତାହାକୁ ବିପଥଗାମୀ କରିଅଛି।

21ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେ ଏହିସବୁ କଥା ସ୍ମରଣ କର, କାରଣ ତୁମ୍ଭେ ଆମ୍ଭର ଦାସ;

22ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁ;

23ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଅଛନ୍ତି; ହେ ପୃଥିବୀର ଅଧଃସ୍ଥାନସକଳ, ଆନନ୍ଦଧ୍ୱନି କର;

24ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ, ଗର୍ଭରୁ ଯେ ତୁମ୍ଭକୁ ଗଢ଼ିଲେ, ସେ ଏହା କହନ୍ତି;

25ଆମ୍ଭେ ମିଥ୍ୟାବାଦୀମାନଙ୍କର (ଦତ୍ତ) ଲକ୍ଷଣସବୁ ବିଫଳ କରୁ ଓ ମନ୍ତ୍ରଜ୍ଞମାନଙ୍କୁ ଉନ୍ମତ୍ତ କରୁ;

26ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁ;

27ଆମ୍ଭେ ଅଗାଧ ଜଳକୁ କହୁ, ‘ଶୁଷ୍କ ହୁଅ; ପୁଣି ଆମ୍ଭେ ତୁମ୍ଭର ନଦ-ନଦୀସବୁ ଶୁଷ୍କ କରିବା;’

28ଆମ୍ଭେ କୋରସ୍‍ ବିଷୟରେ କହୁ, ‘ସେ ଆମ୍ଭ ପଲର ପାଳକ ଓ ଆମ୍ଭର ଇଷ୍ଟ ସାଧନ କରିବ;’ ସେ ଯିରୂଶାଲମ ବିଷୟରେ କହିବ, ‘ତାହା ପୁନଃନିର୍ମିତ ହେବ’ ଓ ମନ୍ଦିରକୁ କହିବ, ‘ତୁମ୍ଭର ଭିତ୍ତିମୂଳ ସ୍ଥାପିତ ହେବ।’”

← ଯିଶାଇୟ 43 ଯିଶାଇୟ ଯିଶାଇୟ 45 →