1ଆପେ ଲୁଟିତ ନୋହିଲେ ହେଁ ଲୁଟୁଅଛ ଯେ ତୁମ୍ଭେ;
2ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି କୃପା କର; ଆମ୍ଭେମାନେ ତୁମ୍ଭର ଅପେକ୍ଷା କରିଅଛୁ;
3କୋଳାହଳର ଶବ୍ଦରେ ଗୋଷ୍ଠୀୟମାନେ ପଳାୟନ କଲେ, ତୁମ୍ଭେ ଉଠନ୍ତେ, ଅନ୍ୟ ଦେଶୀୟମାନେ ଛିନ୍ନଭିନ୍ନ ହେଲେ।
4ପୁଣି, ଯେପରି ପତଙ୍ଗ ସଂଗ୍ରହ କରେ, ସେହିପରି ତୁମ୍ଭମାନଙ୍କର ଲୁଟିତ ସଂଗୃହୀତ ହେବ; ଯେପରି ଫଡ଼ିଙ୍ଗମାନେ ଡିଆଁ ମାରନ୍ତି, ସେହିପରି ଲୋକମାନେ ତହିଁ ଉପରେ ଡିଆଁ ମାରିବେ।
5ସଦାପ୍ରଭୁ ଉନ୍ନତ; କାରଣ ସେ ଊର୍ଦ୍ଧ୍ୱଲୋକରେ ବାସ କରନ୍ତି; ସେ ସିୟୋନକୁ ନ୍ୟାୟବିଚାର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।
6ପୁଣି, ତୁମ୍ଭ ସମୟରେ ସୁସ୍ଥିରତା ହେବ;
7ଦେଖ, ସେମାନଙ୍କର ବିକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଅଛନ୍ତି; ସନ୍ଧି-ଅନ୍ୱେଷଣକାରୀ ଦୂତମାନେ ଅତିଶୟ ରୋଦନ କରୁଅଛନ୍ତି।
8ରାଜପଥସବୁ ନରଶୂନ୍ୟ, ପଥିକ କେହି ନାହିଁ;
9ଦେଶ ବିଳାପ କରି ମଳିନ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ଶୁଷ୍କ ହେଉଅଛି;
10ସଦାପ୍ରଭୁ କହନ୍ତି, “ଆମ୍ଭେ ଏବେ ଉଠିବା,” “ଆମ୍ଭେ ଏବେ ଆପଣାକୁ ଉଠାଇବା; ଆମ୍ଭେ ଏବେ ଉନ୍ନତ ହେବା।
11ତୁମ୍ଭେମାନେ ତୁଷରୂପ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ; ତୁମ୍ଭମାନଙ୍କର ଅଗ୍ନିବତ୍ ଶ୍ୱାସବାୟୁ ତୁମ୍ଭମାନଙ୍କୁ ଗ୍ରାସ କରିବ।
12ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।
13ହେ ଦୂରବର୍ତ୍ତୀ ଲୋକ ସମସ୍ତେ, ତୁମ୍ଭେମାନେ ଆମ୍ଭ କୃତ କର୍ମର କଥା ଶୁଣ; ପୁଣି, ହେ ନିକଟବର୍ତ୍ତୀ ଲୋକ ସମସ୍ତେ, ତୁମ୍ଭେମାନେ ଆମ୍ଭର ପରାକ୍ରମ ସ୍ୱୀକାର କର।”
14ସିୟୋନରେ ପାପୀମାନେ ଭୀତ ଅଟନ୍ତି; ଅଧାର୍ମିକମାନଙ୍କୁ କମ୍ପ ହଠାତ୍ ଆକ୍ରମଣ କରିଅଛି।
15ଯେଉଁ ଲୋକ ଧର୍ମରୂପ ପଥରେ ଚାଲେ ଓ ଯେ ସରଳ କଥା କହେ; ଯେଉଁ ଲୋକ ଉପଦ୍ରବଜାତ ଲାଭ ତୁଚ୍ଛ କରେ
16ସେ ଉଚ୍ଚସ୍ଥାନରେ ବାସ କରିବ;
17ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ; ଏକ ଦୂରବ୍ୟାପୀ ଦେଶ ଦେଖିବ।
18ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ? ମୁଦ୍ରା ତୌଲକାରୀ କାହିଁ? ଦୁର୍ଗ ଗଣନାକାରୀ କାହିଁ?
19ତୁମ୍ଭେ ସେହି ଦୁରନ୍ତ ଗୋଷ୍ଠୀକୁ, ଅର୍ଥାତ୍, ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣି ପାରିଲ ନାହିଁ, ଯେଉଁମାନଙ୍କର ବିଦେଶୀୟ ଭାଷା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।
20ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର;
21ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ, ପ୍ରଶସ୍ତ ନଦ-ନଦୀ ଓ ସ୍ରୋତସମୂହର ସ୍ଥାନ ସ୍ୱରୂପ ହେବେ;
22କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।
23ତୁମ୍ଭର ପାଲ-ଦଉଡ଼ିସବୁ ହୁଗୁଳା ହୋଇଅଛି, ସେହି ସବୁ ଆପଣା ମାସ୍ତୁଲକୁ ଦୃଢ଼ ଓ ପାଲକୁ ବିସ୍ତାର କରି ପାରିଲା ନାହିଁ;
24ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ; ତନ୍ନିବାସୀଲୋକମାନଙ୍କର ଅପରାଧ କ୍ଷମା କରାଯିବ।