We Believe JesusFé, Esperança e Nova Vida

ଯିଶାଇୟ 28

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 27 ଯିଶାଇୟ ଯିଶାଇୟ 29 →

1ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ,

2ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର,

3ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ;

4ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ,

5ସେହି ଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ୱରୂପ ହେବେ;

6ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର-ଦ୍ୱାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ୱରୂପ ହେବେ।

7ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ୱାରା ବିପଥରେ ଯାଇଅଛନ୍ତି;

8କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।

9“ସେ କାହାକୁ ଜ୍ଞାନ ଶିକ୍ଷା ଦେବ? ସେ କାହାକୁ ସମାଚାର ବୁଝାଇ ଦେବ?

10କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି;

11ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ୱାରା ଏହି ଲୋକମାନଙ୍କୁ କଥା କହିବେ;

12ସେ ସେମାନଙ୍କୁ କହିଲେ, “ଏହି ବିଶ୍ରାମ, ତୁମ୍ଭେମାନେ କ୍ଳାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି,

13ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍‍ ପଡ଼ି ଭଗ୍ନ ହେବେ, ଫାନ୍ଦରେ ପଡ଼ିବେ ଓ ଧୃତ ହେବେ,

14ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ,

15ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ

16ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,

17ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା;

18ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ;

19ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ;

20କାରଣ, ଆପଣାକୁ ଲମ୍ବାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର।

21ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେହିପରି ଉଠିବେ, ଯେପରି ଗିବୀୟୋନ୍‍ର ତଳଭୂମିରେ, ସେହିପରି ସେ କ୍ରୋଧ କରିବେ;

22ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ;

23ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର।

24କୃଷକ ବୀଜ ବୁଣିବା ପାଇଁ କʼଣ ନିତ୍ୟ ହଳ ବୁଲାଏ? ସେ କʼଣ ନିତ୍ୟ ଶିଆର କରି ଆପଣାର ଭୂମିର ଟେଳା ଭାଙ୍ଗେ?

25ସେ କʼଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚି ଦିଏ ନାହିଁ ଓ ଜୀରା ବୁଣେ ନାହିଁ

26କାରଣ, ତାହାର ପରମେଶ୍ୱର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି।

27ଯେହେତୁ କଳାଜୀରା କୌଣସି ତୀକ୍ଷ୍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ;

28ରୁଟିର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ;

29ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ,

← ଯିଶାଇୟ 27 ଯିଶାଇୟ ଯିଶାଇୟ 29 →