We Believe JesusFé, Esperança e Nova Vida

ଯିଶାଇୟ 14

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିଶାଇୟ 13 ଯିଶାଇୟ ଯିଶାଇୟ 15 →

1କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି, ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ।

2ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।

3ପୁଣି, ଯେଉଁ ଦିନ ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଦୁଃଖ ଓ କ୍ଲେଶରୁ ଓ ଯେଉଁ କଠୋର ଦାସତ୍ୱରେ ତୁମ୍ଭକୁ ଦାସ୍ୟକର୍ମ କରିବାକୁ ହେଲା, ତହିଁରୁ ବିଶ୍ରାମ ଦେବେ,

4ସେହି ଦିନ ତୁମ୍ଭେ ବାବିଲ ରାଜା ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା,

5ଯେଉଁମାନେ କୋପରେ ନାନା ଗୋଷ୍ଠୀକୁ ଅନବରତ ଆଘାତ କଲେ

6ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଓ ଶାସନକର୍ତ୍ତାମାନଙ୍କ ରାଜଦଣ୍ଡ ଭାଙ୍ଗି ପକାଇଅଛନ୍ତି।

7ସମୁଦାୟ ପୃଥିବୀ ଶାନ୍ତ ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି।

8ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି,

9ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ;

10ସେମାନେ ସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ,

11ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି;

12ହେ ପ୍ରଭାତୀତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ!

13ପୁଣି, ତୁମ୍ଭେ ମନେ ମନେ କହିଥିଲ, ‘ଆମ୍ଭେ ସ୍ୱର୍ଗାରୋହଣ କରିବା,

14ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ୱକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା।’

15ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ।

16ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ,

17ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?’

18ଗୋଷ୍ଠୀବର୍ଗର ରାଜାଗଣ, ସେମାନଙ୍କର ସମସ୍ତେ ହିଁ,

19ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ୍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ,

20ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ,

21ତାହାର ସନ୍ତାନଗଣ ଉଠି ଯେପରି ପୃଥିବୀ ଅଧିକାର ନ କରନ୍ତି ଓ ଜଗତକୁ ନଗରରେ ପରିପୂର୍ଣ୍ଣ ନ କରନ୍ତି,

22ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା,

23ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା

24ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି,

25ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା;

26ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି।

27କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?

28ଯେଉଁ ବର୍ଷରେ ଆହସ୍‌ ରାଜାଙ୍କର ମୃତ୍ୟୁୁ ହେଲା, ସେହି ବର୍ଷର ଏହି ଭାବବାଣୀ।

29“ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ;

30ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଓ ଦୀନହୀନମାନେ ନିରାପଦରେ ଶୟନ କରିବେ;

31ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି;

32ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ,

← ଯିଶାଇୟ 13 ଯିଶାଇୟ ଯିଶାଇୟ 15 →