We Believe JesusFé, Esperança e Nova Vida

ଯିହିଜିକଲ 32

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିହିଜିକଲ 31 ଯିହିଜିକଲ ଯିହିଜିକଲ 33 →

1ଏଥିଉତ୍ତାରେ ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ,

3ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି:

4ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ିଦେବା,

5ଆମ୍ଭେ ପର୍ବତଗଣର ଉପରେ ତୁମ୍ଭର ମାଂସ ପକାଇବା ଓ ତୁମ୍ଭର ଦୀର୍ଘ ଶବରେ ଉପତ୍ୟକାସକଳ ପୂର୍ଣ୍ଣ କରିବା।

6ଆହୁରି, ତୁମ୍ଭେ ଯେଉଁ ଦେଶରେ ପହଁରୁଅଛ, ସେହି ଦେଶକୁ ପର୍ବତ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭ ରକ୍ତରେ ସିକ୍ତ କରିବା

7ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା;

8ଆକାଶର ସକଳ ଉଜ୍ଜ୍ୱଳ ଜ୍ୟୋତିକୁ ଆମ୍ଭେ ତୁମ୍ଭ ଉପରେ ଅନ୍ଧକାରମୟ କରିବା

9ଆହୁରି ଆମ୍ଭେ ତୁମ୍ଭର ଅଜ୍ଞାତ ଦେଶସମୂହ ପର୍ଯ୍ୟନ୍ତ ନାନା ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟ ବ୍ୟସ୍ତ କରିବା।

10ହଁ, ଆମ୍ଭେ ଅନେକ ଗୋଷ୍ଠୀକୁ ତୁମ୍ଭର ବିଷୟରେ ଚମତ୍କୃତ କରାଇବା, ଆଉ ସେମାନଙ୍କ ରାଜାଗଣର ସାକ୍ଷାତରେ ଆମ୍ଭେ ଆପଣା ଖଡ୍ଗ ଚଳାଇବା ବେଳେ ସେମାନେ ଅତିଶୟ ଭୀତ ହେବେ; ଆଉ, ତୁମ୍ଭର ପତନ ଦିନ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରାଣ ବିଷୟରେ ଭୟରେ କମ୍ପିତ ହେବେ।

11କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ବାବିଲ ରାଜାର ଖଡ୍ଗ ତୁମ୍ଭକୁ ଆକ୍ରମଣ କରିବ।

12ଆମ୍ଭେ ତୁମ୍ଭର ଲୋକ ସମସ୍ତଙ୍କୁ ବୀରଗଣର ଖଡ୍ଗ ଦ୍ୱାରା ନିପାତ କରିବା; ସେମାନେ ସମସ୍ତେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଅଟନ୍ତି;

13ଆହୁରି, ଆମ୍ଭେ ଅପାର ଜଳ ନିକଟରୁ ତହିଁର ସମସ୍ତ ପଶୁ ବିନାଶ କରିବା;

14ସେତେବେଳେ ଆମ୍ଭେ ସେମାନଙ୍କର ଜଳ ନିର୍ମଳ କରିବା ଓ ସେମାନଙ୍କର ନଦୀସମୂହକୁ ତୈଳ ପରି ବହାଇବା,

15ଯେତେବେଳେ ଆମ୍ଭେ ମିସର ଦେଶକୁ ଧ୍ୱଂସସ୍ଥାନ ଓ ଶୂନ୍ୟ କରିବା, ଯହିଁରେ ସେ ପରିପୂର୍ଣ୍ଣ ହୋଇଥିଲା, ସେହି ସବୁ ତହିଁରୁ ରହିତ କରିବା,

16ଏହି ବିଳାପ ଗୀତ ଲୋକେ ଗାନ କରିବେ; ଗୋଷ୍ଠୀୟମାନଙ୍କର କନ୍ୟାଗଣ ବିଳାପ କରି ଏହା ଗାନ କରିବେ; ମିସରର ଉଦ୍ଦେଶ୍ୟରେ

17ଦ୍ୱାଦଶ ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

18“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକମାନଙ୍କ ବିଷୟରେ ହାହାକାର କର,

19ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର।

20ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସେ ଖଡ୍ଗରେ ସମର୍ପିତ ହୋଇଅଛି; ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଟାଣି ନିଅ।

21ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ;

22ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି; ତାହାର କବରସକଳ ତାହାର ଚତୁର୍ଦ୍ଦିଗରେ ଅଛି;

23ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି

24ସେହି ସ୍ଥାନରେ ଏଲମ୍‍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ,

25ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି;

26ସେହି ସ୍ଥାନରେ ମେଶକ୍‍, ତୁବଲ୍‍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି;

27ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି

28ମାତ୍ର ତୁମ୍ଭେ ଅସୁନ୍ନତମାନଙ୍କ ମଧ୍ୟରେ ଭଗ୍ନ ହେବ ଓ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରିବ।

29ସେହି ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିସକଳ ଅଛନ୍ତି, ସେମାନେ ଆପଣାମାନଙ୍କର ପରାକ୍ରମରେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ରଖା ଯାଇଅଛନ୍ତି; ସେମାନେ ଅସୁନ୍ନତ ଲୋକମାନଙ୍କ ଓ ଗର୍ତ୍ତଗାମୀମାନଙ୍କ ସହିତ ଶୟନ କରିବେ।

30ସେହି ସ୍ଥାନରେ ଉତ୍ତର ଦେଶୀୟ ଅଧିପତିମାନେ, ସେମାନଙ୍କର ସମସ୍ତେ ଓ ଯାବତୀୟ ସୀଦୋନୀୟ ଲୋକ ଅଛନ୍ତି, ସେମାନେ ହତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି; ସେମାନେ ଆପଣାମାନଙ୍କର ପରାକ୍ରମ ଦ୍ୱାରା ଯେଉଁ ଭୟ ଜନ୍ମାଇଲେ, ତହିଁ ବିଷୟରେ ଲଜ୍ଜିତ ହୋଇଅଛନ୍ତି; ଆଉ, ଅସୁନ୍ନତ ଅବସ୍ଥାରେ ସେମାନେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରନ୍ତି।

31ଫାରୋ ସେମାନଙ୍କୁ ଦେଖିବ ଓ ଆପଣାର ଲୋକସମୂହ ସମସ୍ତର ବିଷୟରେ ସାନ୍ତ୍ୱନା ପାଇବ; ହଁ, ଫାରୋ ଓ ତାହାର ସମସ୍ତ ସୈନ୍ୟ ଖଡ୍ଗ ଦ୍ୱାରା ହତ ହୋଇଅଛନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

32କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ; ଆଉ ସେ, ଅର୍ଥାତ୍‍, ଫାରୋ ଓ ତାହାର ଲୋକସମୂହ ସମସ୍ତେ ଖଡ୍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”

← ଯିହିଜିକଲ 31 ଯିହିଜିକଲ ଯିହିଜିକଲ 33 →