1“ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,
2ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା,
3ତାହାର ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା; ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
4ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରାପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।
5ଅପେକ୍ଷା କରି ଆପଣା ଆପଣା ଆଶା ବିଫଳ ହେବାର ଦେଖି ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିଏ ନେଇ ତାକୁ ଯୁବା ସିଂହ କଲା।
6ପୁଣି, ସେ ସିଂହମାନଙ୍କ ମଧ୍ୟରେ ଗତାୟାତ କରି ଯୁବା ସିଂହ ହୋଇ ଉଠିଲା; ଆହୁରି ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
7ଆଉ, ସେ ସେମାନଙ୍କର ଅଟ୍ଟାଳିକାସବୁ ଜାଣିଲା ଓ ସେମାନଙ୍କର ନଗରସବୁ ଉଜାଡ଼ କଲା;
8ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ;
9ଆଉ, ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରରେ ରଖି ବାବିଲ ରାଜା ନିକଟକୁ ନେଇଗଲେ;
10ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା;
11ପୁଣି, କର୍ତ୍ତୃତ୍ୱକାରୀମାନଙ୍କର ରାଜଦଣ୍ଡ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା,
12ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା;
13ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।
14ଆଉ, ତାହାର ଶାଖା ଦଣ୍ଡସମୂହରୁ ଅଗ୍ନି ନିର୍ଗତ ହୋଇ ତାହାର ଫଳ ଗ୍ରାସ କରିଅଛି;