1ନାନା ପ୍ରଧାନ ଗୋଷ୍ଠୀ ମଧ୍ୟରେ ପ୍ରସିଦ୍ଧ, ଯେଉଁମାନଙ୍କ ନିକଟକୁ ଇସ୍ରାଏଲ ବଂଶ ଆସନ୍ତି,
2ତୁମ୍ଭେମାନେ କଲନେ ସହରକୁ ଯାଇ ଦେଖ ଓ ସେସ୍ଥାନରୁ ତୁମ୍ଭେମାନେ ବଡ଼ ହମାତକୁ ଯାଅ;
3ଏହି ଲୋକମାନେ ଅମଙ୍ଗଳର ଦିନକୁ ଦୂରରେ ରଖୁଅଛନ୍ତି
4ସେମାନେ ହସ୍ତୀଦନ୍ତ ଶଯ୍ୟାରେ ଶୟନ କରନ୍ତି
5ନେବଲ ଯନ୍ତ୍ରରେ ଅନର୍ଥକ ଗୀତ ଗାନ କରନ୍ତି,
6ବଡ଼ ବଡ଼ ପାତ୍ରରେ ଦ୍ରାକ୍ଷାରସ ପାନ କରନ୍ତି
7ଏଥିପାଇଁ ସେମାନେ ଏବେ ପ୍ରଥମ ନିର୍ବାସିତ ଲୋକମାନଙ୍କ ସହିତ ନିର୍ବାସିତ ହେବେ
8ପ୍ରଭୁ ସଦାପ୍ରଭୁ ଆପଣା ନାମରେ ଶପଥ କରିଅଛନ୍ତି,
9ତହିଁରେ ଏକ ଗୃହରେ ଯଦି ଦଶ ଜଣ ଅବଶିଷ୍ଟ ରହିବେ, ତେବେ ସମସ୍ତେ ମରିବେ।
10ପୁଣି, ଗୃହ ମଧ୍ୟରୁ ଅସ୍ଥିସକଳ ବାହାର କରି ଆଣିବା ପାଇଁ କୌଣସି ଲୋକର ପିତୃବ୍ୟ, ଶବଦାହକାରୀ ତାହାକୁ ଉଠାଇଲା ଉତ୍ତାରେ ଗୃହର ଅନ୍ତରସ୍ଥ ଲୋକକୁ ପଚାରିବ, “ଏବେ ହେଁ ତୁମ୍ଭର କି ଆଉ କିଏ ଅଛି?” ତେବେ ସେ କହିବ, “ନାହିଁ।” ସେତେବେଳେ ସେ କହିବ, “ତୁନି ହୁଅ; କାରଣ ସଦାପ୍ରଭୁଙ୍କର ନାମ ଆମ୍ଭମାନଙ୍କର ଉଚ୍ଚାରଣ କରିବାର ନୁହେଁ।”
11କାରଣ ଦେଖ, ସଦାପ୍ରଭୁ ଆଜ୍ଞା କରନ୍ତି ଓ ବଡ଼ ବଡ଼ ଗୃହ ଭଗ୍ନ ହେବ ଓ ସାନ ସାନ ଗୃହରେ ଫାଟ ହେବ।
12ଅଶ୍ୱଗଣ କି ଶୈଳ ଉପରେ ଦୌଡ଼ିବେ?
13ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ,
14ଏହେତୁ ଦେଖ, ହେ ଇସ୍ରାଏଲ ବଂଶ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର କହନ୍ତି,